Tuesday, January 10, 2017

ଗୁଣୁଗୁଣୁ ହୁଏ ପାଦର ପାଉଁଜି

ଗୁଣୁଗୁଣୁ ହୁଏ ପାଦର ପାଉଁଜି ସତେ କି ସଂଗୀତ ସ୍ୱର
ଆଖିରେ କଜ୍ଜଳ ଦିଶଇ ସଜ୍ଜଳ ଝୁରି ହୁଏ ମନ ମୋର.

Monday, January 9, 2017

ମନ ଗହନରେ ସାଦା କାଗଜରେ ଆଙ୍କି ଦେଲି ତୁମ ଛବି,


ମନ ଗହନରେ ସାଦା କାଗଜରେ  ଆଙ୍କି ଦେଲି ତୁମ ଛବି,
ଅଲିଭା ଅକ୍ଷରେ ଲେଖି ହୋଇଗଲା ହୃଦୟର ପ୍ରତିଛବି.

Sunday, January 8, 2017

ମନ ତଳେ ତତେ ରଖି ସାରିଛି ପ୍ରିୟା ଲୋ ପ୍ରିୟା


ମନ ତଳେ ତତେ ରଖି ସାରିଛି ପ୍ରିୟା ଲୋ ପ୍ରିୟା
ଛାତି ତଳେ ମୁଁ ଲେଖି ସାରିଛି ତୋରି ନାଁ
ତତେ ଭଲ ପାଉଛି ହେଲେ ଲହି ପାରୁନି
ଜାଣେ ଦୁନିଆ...
ମୁଁ ତୋରି ପ୍ରେମ, ତୁ ମୋରି ପ୍ରିୟା

ଭାରି ଭଲ ଲାଗେ ଖୁସି ଲାଗେ Odia Shayri


ଭାରି ଭଲ ଲାଗେ ଖୁସି ଲାଗେ ଦେଖିବାକୁ ସେହି ଛବି
ଭୁଲି ହୁଏ ନାହିଁ ଭୁଲିପାରେ ନାହିଁ ହେଉଥାଏ ସଦାଭାବି,,,,,


ନିଦ ନାହିଁ ରାତି ସାରା ତମ କଥା ଭାବି ଭାବି

ନିଦ ନାହିଁ ରାତି ସାରା ତମ କଥା ଭାବି ଭାବି
ଏଇ କଥା ତମକୁ ମୁଁ କେମିତି କହିବି
ମନେ ମନେ ହସି ଦିଏ ଦେଖି ତୁମ ଛବି
ଭାବେ ରାତି ପାହିଗଲେ ତମକୁ କହି ଦେବି

-ଆଇନା ରେ ସବୁଥାଏ କିଛି ମିଳେନା

ଆଇନା ରେ ସବୁଥାଏ କିଛି ମିଳେନା
ଜହ୍ନ ରାତି ଆସେ ପୁଣି ଜହ୍ନ ଆସେନା
ମୋ ପ୍ରିୟା ଏମିତି, ଜହ୍ନ ଦିଶେ ଜେମିତି
ଆସି ସିନା ଚାଲିଜାଏ ଧରା ଦିଏନା
ସାଗର ଯେ ଦେଖାଜାଏ ପାଣି ମିଳେନା
ନଦୀ ଆସି ବହିଜାଏ ଶୋଷ ମେଣ୍ଟେନା
ମୋ ପ୍ରିୟା ଏମିତି, ମରିଚିକା ଯେମିତି
ପାଖେ ଥାଏ ହାତ ପାଏ ହେଲେ ଛୁଇଁ ହୁଏନା
ପ୍ରଜାପତି ଉଡିଜାଏ ଧରା ଦିଅଏନା
ନିଜ ଛାଇ ପାଖେଥାଇ ଧରି ହୁଏନା
ମୋ ପ୍ରିୟା ଏମିତି ପ୍ରଜାପତି ଯେମିତି
ପାଖେ ପାଖେ ବୁଲୁଥାଏ ଜମା ଧରି ହୁଏନା


Saturday, January 7, 2017

ମନ ଆକାଶାରେ କଳାମେଘ ଛାଇ

ମନ ଆକାଶାରେ କଳାମେଘ ଛାଇ
 ପ୍ରୀତି ଇନ୍ଦ୍ତଧନୁ ଗାର,
ସାତ ରଙ୍ଗ ମେଳେ ଲୁଚିନାହିଁ ପ୍ରିୟ
 ତୁମେ ତ ଆଇନା ମୋର ।
 

Odia Shayri || ଓଡ଼ିଆ ଶାୟାରୀ || ओड़िया शायरी -କେମିତି କେମିତି ଲାଗୁଛି ମୋତେ

କେମିତି କେମିତି ଲାଗୁଛି ମୋତେ
କଥା କି ପାଣିର ଗାର,
ଯେମିତି ସେମିତି ଭାବିଲେ କି ହେବ
ବୁଝି ହୁଏ ଆଖି ଠାର.